ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ, ନାଁ ନନେଇ ଜଣେ ଓଡିଆ ଅଭିନେତ୍ରୀଙ୍କ ଉପରେ ବର୍ଷିଲେ ସାଂସଦ

କଟକ ୦୨/୦୬: ସାଂସଦ ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏଥର ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ କିଛି କହିନାହାଁନ୍ତି । ଏଥର କିନ୍ତୁ ସେ ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ଓଗାଳିଛନ୍ତି ବିଷ । ନାଁ ନନେଇ ପରୋକ୍ଷରେ ଖୁବ ବର୍ଷିଛନ୍ତି ସାଂସଦ ଅନୁଭବ । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର । ମିଛରେ ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅନୁଭବ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଦୁଇ ବର୍ଷ ତଳେ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । କହିଥିଲେ ଯେ, ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ମନ୍ତବ୍ୟକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁଇ ବର୍ଷ ପରେ ଅନୁଭବ ଏହି କଥାର ଖୁଲ୍ଲାସା କରିଛନ୍ତି ।

Leave A Reply

Your email address will not be published.