ଆମେରିକାରେ ପୁଣି ଗୁଳିକାଣ୍ଡ 

ନୂଆଦିଲ୍ଲୀ ୦୨/୦୬: ଅଶାନ୍ତ ଆମେରିକା । ଗତ କିଛି ଦିନ ହେବ ଆମେରିକାରେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । ବୁଧବାର ଓକଲାହୋମାର ଟୁଲସାରେ ଏକ ହସ୍ପିଟାଲରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ବୃତ୍ତ ପ୍ରଥମେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା । ସୂଚନାନୁସାରେ, ଓକଲାହୋମାର ଟୁଲସାରେ ଥିବା ଏକ ହସ୍ପିଟାଲର ବିଲଡିଂରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ନିଜକୁ ମଧ୍ୟ ଗୁଳିକରିଦେଇଥିଲା ଆତତାୟୀ। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଜଣକ ଗୁଳିମାଡ କରିଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମରେ ମଧ୍ୟ ସହାୟତା ନିଆଯାଇଛି । ସୂଚନାଯୋଗ୍ୟ. କିଛିଦିନ ପୂର୍ବରୁ ଆମେରିକାର ଟେକ୍ସାସ୍‌ରେ ଭୀଷଣ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ୧୯ଜଣ ସ୍କୁଲ ପିଲାଙ୍କ ସମେତ ମୋଟ ୨୩ଜଣଙ୍କ ମୃତ୍ୟୁ ଘଟିଥିଲା । କ୍ଲାସ୍‌ ଚାଲିଥିବା ବେଳେ ସ୍କୁଲ ଭିତରେ ପଶି ଜଣେ ଆତତାୟୀ   ଗୁଳିମାଡ କରିଥିଲା ।  ଏହି ଘଟଣାର କିଛି ଦିନ ପୂର୍ବରୁ ବଫେଲୋର ସୁପର୍‌ ମାର୍କେଟ୍‌ରେ ଗୁଳିମାଡ ହୋଇଥିଲା । ଫଳରେ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.