ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶୁଣାଣି, ଦୁଇଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ ୦୨/୦୬: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ୨ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ସୁମନ୍ତ କୁମାର ଘଡ଼େଇଙ୍କ ଆବେଦନର ଶୁଣାଣି କରିବେ ଜଷ୍ଟିସ ବି.ଆର.ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ । ଗତ ମେ` ମାସ ୯ ତାରିଖରେ ମାମଲାର ଶୁଣାଣି କରିଥିଲେ ଓଡ଼ିଶା ହାଇକୋର୍ଟ । ତେବେ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ସୁମନ୍ତ କୁମାର ଘଡ଼େଇ ସମେତ ପୃଥକ ଭାବେ ୩ଟି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି ଆଜି କରିବେ ସୁପ୍ରିମ କୋର୍ଟ । ତେବେ ରାଜ୍ୟ ସରକାର ମେ’ ୧୩ ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାରେ କ୍ୟାଭେଟ୍ ଫାଇଲ୍ କରିଥିଲେ ।

Leave A Reply

Your email address will not be published.