ରାଜଧାନୀରେ ସିରିଜ ଦୁର୍ଘଟଣା, ୫ଟି କାରକୁ ପିଟିଲା ଟ୍ରକ

ଭୁବନେଶ୍ୱର ୦୨।୦୬: ରାଜଧାନୀରେ ସିରିଜ ଦୁର୍ଘଟଣା । ରସୁଲଗଡରେ ୫ ଟି କାରକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରସୁଲଗଡ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଏକ ଟ୍ରକ ୫ଟି କାର୍‌କୁ ପିଟିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଛନ୍ତି ।ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପାହାଳରୁ ଧରିଛି ପୋଲିସ ।

Leave A Reply

Your email address will not be published.