ଜମ୍ମୁ-କାଶ୍ମୀର : ଫୁଟିଲା ବ୍ୟାଟେରୀ ବୋମା, ୩ ଯବାନ ଆହତ

ନୂଆଦିଲ୍ଲୀ, ୦୨:୦୬| ଜମ୍ମୁ-କାଶ୍ମୀରର ସୋପିଆନରେ ବିସ୍ଫୋରଣ । ସୋପିଆନର ଏକ କାରରେ ବିସ୍ପୋରଣ ଘଟି ୩ ଜଣ ଯବାନ ଆହତ ହୋଇଛନ୍ତି ।  ତେବେ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ବ୍ୟାଟେରୀ ବିସ୍ଫୋରଣ ବୋଲି କୁହାଯାଉଛି । କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ. ଏହା ଏକ ବ୍ୟାଟେରୀ ବ୍ଲାଷ୍ଟ୍ ଅଟେ । ଅର୍ଥାତ ଗାଡିର ବ୍ୟାଟେରୀ ଫାଟିବା ଫଳରେ ଅଘଟଣ ଘଟିଛି । ତେବେ ଗାଡିରେ ପୂର୍ବରୁ ଆଇଇଡି ରଖା ଯାଇଥିବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ସୂଚନାଯୋଗ୍ୟ, କାଶ୍ମୀରରେ ଗତ କିଛି ଦିନ ହେଲା ହିନ୍ଦୁ, କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି । ମଙ୍ଗଳବାର କାଶ୍ମୀର ଘାଟିରେ ଜଣେ ହିନ୍ଦୁ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସେଠାକାର ହିନ୍ଦୁ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.