ଶ୍ରୀମନ୍ଦିରରେ ସେବାୟତଙ୍କୁ ଆକ୍ରମଣ ଅଭିଯୋଗ, ୩ ବଙ୍ଗୀୟ ପର୍ଯ୍ୟଟକ ଅଟକ

ପୁରୀ ୩।୬: ଶ୍ରୀମନ୍ଦିରରେ ସେବାୟତଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଭିତରେ ଜେଟିପି ଓ ପ୍ରତିହାରୀ ସେବାୟତଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ନିୟମ ଭାଙ୍ଗି ଶ୍ରୀଜିଉଙ୍କ ଦର୍ଶନ ପାଇଁ ବେହରଣ ଦ୍ବାର ବାଟେ ଜୋର ଜବରଦସ୍ତ ପଶିବା ପାଇଁ ଉଦ୍ୟମ କରୁଥିଲେ ବଙ୍ଗୀୟ ଭକ୍ତ। ଏହାକୁ ପ୍ରତିହାରୀ ସେବାୟତ ଚନ୍ଦନ ଖୁଣ୍ଟିଆ ଓ ଜେଟିପି ଶ୍ୟାମସୁନ୍ଦର ମିଶ୍ର ବାରଣ କରିଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ବଙ୍ଗୀୟ ଭକ୍ତ ତାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ପରେ ତିନି ବଙ୍ଗୀୟ ପର୍ଯ୍ୟଟକ ଅଟକ ଅଛନ୍ତି ।‌

Leave A Reply

Your email address will not be published.