ଲସିଥ ମାଲିଙ୍ଗାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ ୦୩/୦୬:  ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି । ଏଠାରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଟି୨୦ ଓ ୫ଟି ଦିନିକିଆ ଖେଳିବେ । ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏକ ରଣନୀତି ପ୍ରସ୍ତୁତ କରିଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ବଡ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାଙ୍କୁ ବୋର୍ଡ ବୋଲିଂ ଷ୍ଟ୍ରାଟେଜି କୋଚ୍ ନିଯୁକ୍ତ କରାଯାଇଛି । ବୋର୍ଡ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ, ପୂର୍ବତନ ଦ୍ରୁତ ବୋଲର ଓ ପୂର୍ବତନ ଟି୨୦ ଅଧିନାୟକ ଲସିଥ ମାଲିଙ୍ଗାଙ୍କୁ ବୋଲିଂ ଷ୍ଟ୍ରାଟେଜୀ କୋଚ୍ ନିଯୁକ୍ତ କରାଯାଇଛି । ଏଥିପାଇଁ ତାଙ୍କୁ ଶୁଭକାମନା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଆହୁରି ମଧ୍ୟ ଶ୍ରୀଲଙ୍କା ବୋର୍ଡ କହିଛି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କାକୁ ମାଲିଙ୍ଗାଙ୍କ ପାଇଁ ଅନେକ ଫାଇଦା ମିଳିବ । ବୋଲରଙ୍କୁ ଟେକନିକ୍ କ୍ଷେତ୍ରରେ ଅନେକ ସମର୍ଥନ ମିଳିବ । ରଣନୀତି ପ୍ରସ୍ତୁତ କରିବାରେ ସହଜ ହେବ । ମାଲିଙ୍ଗା ଡେଥ୍ ଓଭରରେ ଭଲ ବୋଲିଂ କରୁଥିଲେ । ତାଙ୍କର ଏହି ଅନୁଭବ ଦଳକୁ ସହାୟକ ହେବ । ଏହାପୂର୍ବରୁ ମଧ୍ୟ ମାଲିଙ୍ଗା ଶ୍ରୀଲଙ୍କାଙ୍କ ଅଷ୍ଟ୍ରେଲିଆ ଗସ୍ତରେ ଏହି ଭୂମିକା ତୁଲାଇଥିଲେ ।  

Leave A Reply

Your email address will not be published.