ରାଜଧାନୀରେ ବେଧଡକ ଚାଲିଛି ସବୁଜ ଜହର କାରବାର, ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର ୦୩/୦୬: ରାଜଧାନୀରେ ବଢିବାରେ ଲାଗିଛି ସବୁଜ ଜହର କାରବାର । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରୁ ୨୨ କ୍ୟୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ହାଇୱା ଭିତରେ ଏହି ଗଂଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ସୂଚନା ପାଇଁ ମଝି ରାସ୍ତାରେ ମାଡିବସିଥିଲା ଏସଟିଏଫ୍ । ତେବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ସୂଚନା ଥାଉକି, ହାଇୱ ଗାଡି ଭିତରେ ସ୍ଵତନ୍ତ୍ର ଚାମ୍ବର କରି ଗଂଜେଇ ହେଉଥିଲା ଚାଲାଣ ।

Leave A Reply

Your email address will not be published.