ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ସିରାଜ, କହିଲେ ହିଟମ୍ୟାନଙ୍କ ପାଖରେ ଅଛି ଏହି ଖାସ୍ ଗୁଣ

ନୂଆଦିଲ୍ଲୀ ୦୩/୦୬: ଆଇପିଏଲ ୨୦୨୨ରେ ଖାସ୍ ପ୍ରଦର୍ଶନ କରିପାରିନଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ । ଆରସିବି ପାଇଁ ଖେଳୁଥିବା ସିରାଜ ଓ୍ୱିକେଟ୍ ନେବାକୁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଆଇପିଏଲ ପରେ ସେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ନଜର ଆସିବେ । ଏବେ ସେ ଫଟାଫଟ୍ ଟୁର୍ଣ୍ଣାମେଣ୍ଟ ସାରିବା ପରେ ଘରକୁ ଫେରିଛନ୍ତି । ଏହାସହ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ସିରାଜ କହିଛନ୍ତି ଯେ, ରୋହିତ ବୋଲରଙ୍କ ମାନସିକ ସ୍ଥିତିକୁ ଠିକ୍ ଭାବେ ବୁଝିଥାନ୍ତି । ସେ ରୋହିତ ଶର୍ମାଙ୍କ ସହ ଅନେକ ମ୍ୟାଚ୍ ଖେଳିଛନ୍ତି । ରୋହିତ ବୋଲରଙ୍କୁ ବୁଝିବାରେ ଭୁଲ କରନ୍ତି ନାହିଁ । କେଉଁ ସ୍ଥିତିରେ କଣ କରିବାକୁ ହୁଏ ତାହା କହିଥାନ୍ତି । ଏପରି ଅଧିନାୟକଙ୍କ ନେତୃତ୍ୱରେ ଖେଳିବା ବହୁତ ଭାଗ୍ୟର କଥା । ତେବେ ଫୁଲ୍ ଟାଇମ୍ ଅଧିନାୟକ ହେଲା ପରେ ରୋହିତ ଟେଷ୍ଟରେ ପ୍ରଥମ ଥର ଇଂଲଣ୍ଡ ବିପକ୍ଷରେ ନେତୃତ୍ୱ ନେବେ । ନିକଟରେ ସେ ତିନୋଟି ଫର୍ମାଟର ଅଧିନାୟକ ହୋଇଥିଲେ । ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ କ୍ଲିନ୍ ସ୍ୱିପ୍ କରିସାରିଛି । ସୂଚନାଯୋଗ୍ୟ, ସିରାଜ ଗତ ଆଇପିଏଲରେ ମାତ୍ର ୯ଟି ଓ୍ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ତାଙ୍କ ବୋଲିଂ ବି ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲା ।

Leave A Reply

Your email address will not be published.