୮ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା ଭଦ୍ରକ ବିଜେପି

ଭଦ୍ରକ ୪।୬: ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କାର୍ଯ୍ୟଭାର ଗ୍ରହଣ କରିବାର ୮ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜ୍ଞାପନ କଲେ ଭଦ୍ରକ ବିଜେପି । ଦୀର୍ଘ ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଭାରତ ବର୍ଷ ପାଇଁ ବହୁ ଉନ୍ନୟନମୂଳକ ଜନହିତକାରୀ କାର୍ଯ୍ୟ କରିଛନ୍ତି । ଅଖଣ୍ଡ ଭାରତ ଗଠନ ପାଇଁ ଜାମ୍ମୁକାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର, କୃଷି ଓ କୃଷକର ଉନ୍ନତି ପାଇଁ କୃଷିଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଓ ଆତ୍ମନିର୍ଭରଶୀଳ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ ଭୂମିକା ରହିଛି । ବୈଭବଶାଳୀ ଭାରତ ସାରା ବିଶ୍ବରେ ନିଜର ପତିଆରା ଜାହିର କରିଛି । ତେବେ ସମୃଦ୍ଧ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି । ତେଣୁ ୮ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ବିଜେପି ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତୃତ୍ବମାନେ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ମଧ୍ୟ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.