ଲାହୋର ଚିଲ୍ଡ୍ରେନ ହସ୍ପିଟାଲରେ ଅଗ୍ନିକାଣ୍ଡ, ଜଳିଗଲା ଔଷଧ ଗୋଦାମ

fulbani poura parisada

ଲାହୋର ୪।୬: ପାକିସ୍ତାନ ଲାହୋରର ଗୁଲବର୍ଗସ୍ଥିତ ଟିଲ୍ଡ୍ରେନ ହସ୍ପିଟାଲରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ନିଆଁ ହସ୍ପିଟାଲର ତୃତୀୟ ମହଲାରେ ଥିବା ଔଷଧ ଗୋଦାମରେ ଲାଗିଛି। ଅଗ୍ନିକାଣ୍ଡ ଯୋଗୁ କେହି ହତାହତ ହେବାର ସୂଚନା ନାହିଁ। ତେବେ ଔଷଧ ଗୋଦାମରେ ନିଆଁ ଲାଗିବା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଜଳିଯାଇଥିବାର ଆଶଙ୍କା କରାଯାଉଛି। ରେସ୍କ୍ୟୁ ଅପରେସନ ଲାଗି ହସ୍ପିଟାଲକୁ ଖାଲି କରିଦିଆଯାଇଛି। ୭ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁର ପ୍ରକୋପକୁ ଦେଖି ଅଧିକ ଦମକଳ ଡକା ଯାଇଥିବା ବେଳେ ଲାହୋର ସହରର ବିଭିନ୍ନ ସଂସ୍ଥାନଙ୍କ ଦମକଳକୁ ମଧ୍ୟ ଡକାଯାଇଛି। ନିଆଁ ଲିଭାଇବା ପାଇଁ ୪୦ରୁ ଅଧିକ ଦମକଳ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ସେହିପରି ଅଗ୍ନିକାଣ୍ଡ ଯୋଗୁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଇ ନାହିଁ। 

057 code kasam
Leave A Reply

Your email address will not be published.