ନିୟମିତ ସମୟର ୪ ଦିନ ପୂର୍ବରୁ ପଶ୍ଚିମବଙ୍ଗ ପହଞ୍ଚିଲା ମୌସୁମୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ପୂର୍ବୋତ୍ତରରେ ବର୍ଷା ଅନୁମାନ

କୋଲକାତା ୪।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ଶୁକ୍ରବାର ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଫଳରେ ପୂର୍ବୋତ୍ତରର ପାଣିପାଗ ବଦଳିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତବର୍ଷ ସଅଳ ମୌସୁମୀ ପୂର୍ବାନୁମାନ କରିଥିଲେ। ସେହି ଅନୁସାରେ ନିୟମିତ ସମୟର ୯ ଦିନ ପୂର୍ବରୁ ଅର୍ଥାତ ମେ ୧୫ ତାରିଖ ବେଳକୁ ମୌସୁମୀ ଆଣ୍ଡାମାନ ନିକୋବର ପହଞ୍ଚି ସାରିଥିବା ବେଳେ ସ୍ଥିର ହୋଇଯାଇଥିଲା। ଏଣୁ ଆଇଏମଡିଙ୍କ ଆକଳନର ୨-୩ ଦିନ ବିଳମ୍ବରେ ମୌସୁମୀ କେରଳ ପହଞ୍ଚିଥିବା ବେଳେ ନିୟମିତ ସମୟ ପୂର୍ବରୁ ପଶ୍ଚିମବଙ୍ଗ ପହଞ୍ଚିଛି। ଆଇଏମଡିଙ୍କ ଅନୁସାରେ ୮ ଜୁମ ସକାଳ ସୁଦ୍ଧା ମୌସୁମୀ କୁଚବିହାର, ଜଲପାଇଗୁଡି, ଅଲିପୁରଦ୍ୱାର, ଦାର୍ଜିଲିଂ ଓ କାଲିମପଙ୍ଗରେ ବର୍ଷା ଆରମ୍ଭ ହୋଇଯିବ। ପାଣିପାଗ ବିଭାଗଙ୍କ ଅନୁସାରେ ଉପକୂଳ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସାଇକ୍ଲୋନିକ ସର୍କଲ ସୃଷ୍ଟି ହେବା ଯୋଗୁ ପୂର୍ବୋତ୍ତର ଭାରତକୁ ଦକ୍ଷିଣ-ପଶ୍ଚିମବାୟୁ ସଞ୍ଚାଳନ ହେବା ଯୋଗୁ ମୌସୁମୀ ସକ୍ରିୟ ହୋଇଛି।

Leave A Reply

Your email address will not be published.