ଅପେକ୍ଷା ଶେଷ, ପଞ୍ଚମ ପାଳିର ପ୍ରଥମ ଅଦଳବଦଳ : ଇସ୍ତଫା ଦେଲେ ବାଚସ୍ପତି ! ବଦଳିବ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର ୦୪।୦୬ : କଳ୍ପନାଜଳ୍ପନାର ଅନ୍ତ । ଖୁବଶୀଘ୍ର ବଦଳିପାରେ ରାଜ୍ୟରେ ମନ୍ତ୍ରୀମଣ୍ଡଳର ରୂପରେଖ । ଶୁକ୍ରବାର ବଜ୍ରରାଜନଗର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ବିଜୟ ସହିତ ସୁପ୍ରିମକୋର୍ଟରେ ମଧ୍ୟ ରାଜ୍ୟ ସରକାର ବିଜୟ ହୋଇଥିଲେ । ଯାହାକି ଏବେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବାର ଉପଯୁକ୍ତ ସମୟ ବୋଲି ଭାବିଛନ୍ତି ପାର୍ଟି ସୁପ୍ରିମୋ । ଖବର ଅନୁଯାୟୀ, ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଲେ ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥବା ସୂଚନା । ଏହାସହିତ ୩ଜଣ କ୍ୟାବିନେଟ୍‌ ମନ୍ତ୍ରୀ,  ଦୁଇ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ଦୁଇ ଜଣ ରାଷ୍ଟ୍ରପାହ୍ୟ ମନ୍ତ୍ରୀଙ୍କୁ ଫୋନ୍‌ କଲ୍‌ ଯାଇଥିବା ଚର୍ଚ୍ଚା ହେଉଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି । ଏହାସହିତ ଦିନକ ତଳେ ସୁପ୍ରିମକୋର୍ଟଙ୍କ ରାୟ ଓ ବ୍ରଜରାଜନଗର ଉପନିର୍ବାଚନ ଫଳ , ଦୁଇଟି ବିଜୟ ଦେଇଛି । ଠିକ୍‌ ଏହି ସମୟରେ ବହୁ ଚର୍ଚ୍ଚିତ ମନ୍ତ୍ରୀମଣ୍ଡଳର ଅଦଳବଦଳ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୪ ପୂର୍ବରୁ ଏହା ଶେଷ ଅଦଳବଦଳ ତଥା ପଞ୍ଚମ ପାଳିର ପ୍ରଥମ ଅଦଳବଦଳ । ସଂଗଠନକୁ ଅଧିକ ମଜବୁତ୍‌ କରିବାକୁ କିଛି ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଏହା ଛଡ଼ା ସନ୍ତୋଷଜନକ ପ୍ରଦର୍ଶନ ଅଭାବରୁ କିଛି ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । କିଛି ନୂଆ ମୁହଁକୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ତେବେ ଶନିବାର ସଂଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।  

Leave A Reply

Your email address will not be published.