୨୦୨୪ରେ କଂଗ୍ରେସ-ବିଜେଡି ଲଢେଇ, ୧ ନମ୍ବର ହେବ କଂଗ୍ରେସ : ପିସିସି ସଭାପତି

ଭୁବନେଶ୍ବର ୪।୬: ବିଜେପିର ଅଭିଯୋଗ ଉପରେ ଜବାବ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର କାହାକୁ ବିଜେଡି ଫଣ୍ଡିଙ୍ଗ କରିଛି। ତାହାର ପ୍ରମାଣ ଦେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାର୍ଟିରୁ ଏକ୍ସଫେଲ କରିବୁ। ଖାଲି କହି ଦେଲେ ହେବନି । ବିଜେଡି ବିଜେପି ଭାଇ ଭାଇ । ତାଙ୍କର ବିକଳ୍ପ ହେଉଛି କଂଗ୍ରେସ । ୨୦୨୪ରେ କଂଗ୍ରେସ ବିଜେଡି ଲଢେଇ ହେବ। କଂଗ୍ରେସ ୧ ନମ୍ବର ହେବ । ୨୨ ବର୍ଷ ଶାସନରେ ଲୋକ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.