ଦୁଇ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ, ୩ ଗିରଫ

ଭୁବନେଶ୍ବର ୦୬।୦୬:  ରାଜଧାନୀରେ ଥମୁନି ଧଳାଜହର କାରବାର । ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି ଅଞ୍ଚଳର ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର୍‌ ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭୁବନେଶ୍ୱର ଏମ୍‌ସ ନିକଟରେ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କ ନିକଟରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ତେବେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୫୪ କେଜି ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ ।

Leave A Reply

Your email address will not be published.