ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି

ଭୁବନେଶ୍ବର ୬।୬: ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଚିଠି । କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାର ତଦନ୍ତ ପାଇଁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟର ପୁରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ସୁଦ୍ଧା ବନ ବିଭାଗ ଏହାକୁ ଗୁରୁତର ସହ ନ ନେବା, ଏହା ପଛରେ ଥିବା ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଏହିଭଳି ୪ଟି ଘଟଣା ଆଠଗଡ଼ ବନଖଣ୍ଡରେ ଦେଖିବାକୁ ମିଳିଛି। ତେବେ ତଦନ୍ତ ସନ୍ତୋଷଜନକ ନୁହେଁ, ଏ ଯାଏଁ କୌଣସି ବନ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ପୁରବୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.