ପୈଗମ୍ବର ବିବାଦ ମଧ୍ୟରେ ରାହୁଲ ଟ୍ୱିଟରରେ ଟ୍ରେଣ୍ଡ କରାଇଲେ #BharatJodo ହାସ୍ ଟ୍ୟାଗ୍‌

ନୂଆଦିଲ୍ଲୀ ୬।୬: ପୈଗମ୍ବର ମହମ୍ମଦକୁ ନେଇ ପୂର୍ବତନ ବିଜେପି ମୁଖପାତ୍ର ନବୀନ ଜିନ୍ଦଲ ଓ ନୁପୁର ଶର୍ମାଙ୍କ ମନ୍ତବ୍ୟ ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ବୟାନ ଆସିଛି। ରବିବାର ରାତିରେ ରାହୁଲ ଟ୍ୱିଟ୍‌ କରି ଭାରତକୁ ଏବେ ଏକଜୁଟ ହେବାର ସମୟ ଆସିଛି ବୋଲି ଉଲ୍ଲେଖ କରିଛନ୍ତି। ସେ ଟ୍ୱିଟରରେ ଭାରତ ଯୋଡୋ ହ୍ୟାସ ଟ୍ୟାଗ୍ ମଧ୍ୟ ଟ୍ରେଣ୍ଡ କରାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଘୃଣା କେବଳ ଘୃଣାକୁ ହିଁ ଜନ୍ମ ଦିଏ, ଭଲପାଇବା ଓ ଭାଇଚାରାର ରାସ୍ତା ହିଁ ଭାରତକୁ ପ୍ରଗତି ଦିଗରେ ନେଇ ଯାଇପାରିବ। ଉଲ୍ଲେଖ ଯୋଗ୍ୟ ଯେ ଭାରତ ଦ୍ୱାରା କୁଏତ, ଇରାନ ଓ କ୍ୱାତାରର ଉଦବେଗକୁ ନଜରରେ ରଖି ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଏହି ଟ୍ୱିଟ୍  କରିଛନ୍ତି। ରବିବାର ମଧ୍ୟାହ୍ନ ପରେ ବିଜେପି ନୁପୁର ଶର୍ମାଙ୍କୁ ନିଲମ୍ବିତ କରିଥିବା ଓ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରିଥିବାର ଘୋଷଣା କରିଥିଲା। ଏ ବାବଦେ ବିଜେପି ଏକ ବୟାନ ଜାରି କରିଥିବା ବେଳେ ଭାରତର ହଜାର ହଜାର ବର୍ଷର ଇତିହାସରେ ପ୍ରତ୍ୟେକ ଧର୍ମ ବିକଶିତ ହୋଇଥିବା ଓ ଭାରତୀୟ ଜନତା ପାର୍ଟି ସବୁ ଧର୍ମକୁ ସମ୍ମାନ କରୁଥିବା ଉଲ୍ଲେଖ କରିଥିଲା।

Leave A Reply

Your email address will not be published.