ପାନୀୟ ଜଳ ସମସ୍ୟା ନେଇ ତାତିଲେ ଗ୍ରାମବାସୀ : ଗରା, ବାଲ୍‌ଟି ରଖି ଏନ୍‌ଏଚ୍‌ ଅବରୋଧ

କାମାକ୍ଷାନଗର ୬।୬: ପାନୀୟ ଜଳ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ । ୫୩ ନମ୍ବର ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ବାଉଁଶପାଳ ଦେହୁରୀ ସାହି ଗ୍ରାମବାସୀ ଗରା, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶପାଳ ପଞ୍ଚାୟତ ଦେହୁରୀ ସାହିର ସୋଲାର ପମ୍ପଟି ଦୀର୍ଘ ଦିନ ହେବ ଅଚଳ ହୋଇପଡିଥିଲା । ତେଣୁ ଲୋକମାନେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିଲେନାହିଁ । ଫଳରେ ସୋମବାର ୫୩ ନଂ ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ମହିଳା ମାନେ ଗରା ଓ ବାଲ୍‌ଟି ରଖି  ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ, ବିଭାଗୀୟ ଯନ୍ତ୍ରୀ ଓ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ୫ ଦିନ ଭିତରେ ପାନୀୟ ଜଳ ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୧ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା।   ଯାତାୟତ ଏବେ ସ୍ବାଭାବିକ ହୋଇଛି।

Leave A Reply

Your email address will not be published.