ଟି-୨୦ ସିରିଜ୍ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ, ଦିଲ୍ଲୀରେ ହେବ ବିଶ୍ଵ ରେକର୍ଡ !

ନୂଆଦିଲ୍ଲୀ; ଭାରତୀୟ ଦଳ ଗୁରୁବାର ଜୁନ ୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳିବ। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଶ୍ଵ ରେକର୍ଡ ସ୍ଥାପନ ପାଇଁ ଭାରତୀୟ ଦଳ ନିକଟରେ ସୁଯୋଗ ରହିଛି। ଏହି ମୁକାବିଲା ଜିତିଲେ ଭାରତ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିବ। ଏଥିପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜୁନ ୫ରେ ଭାରତୀୟ ଦଳର ଖେଳାଳି ଦିଲ୍ଲୀ ପହଞ୍ଚିଥିଲେ ଏବଂ ଜୁନ ୬ ସନ୍ଧ୍ୟାରେ ଅଭ୍ୟାସ୍ ସେସନରେ ସାମିଲ୍ ହୋଇଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକତ୍ଵ  ସମ୍ଭାଳୁଥିବା କେଏଲ ରାହୁଲ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ସହିତ ଆଲୋଚନା କରିଛନ୍ତି। ସମସ୍ତ ଖେଳାଳି ଆଇପିଏଲ ୨୦୨୨ର ଭାଗ ନେବା ପରେ ଏଠାରେ ପହଞ୍ଚିଛନ୍ତି।

Leave A Reply

Your email address will not be published.