ଖୋଲା କୂଅରେ ଖସିପଡିଲା କଲରାପତରିଆ ବାଘ, ଉଦ୍ଧାର ପରେ ଜଙ୍ଗଲମୁହାଁ

ସମ୍ବଲପୁର ୮।୬: ଖୋଲା କୂଅରେ ଖସିପଡିଲା ବାଘ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ବଂଶାଜାଲ ପଞ୍ଚାୟତର ସାନହିଣ୍ଡୋଲ ଘାଟି ନିକଟରେ ଥିବା ଏକ ଖୋଲା କୂଅରେ କଲରାପତରିଆ ବାଘଟି ଖସିପଡିଥିଲା । କୂଅରେ ପାଖାପାଖି ୬ ଫୁଟ ପାଣି ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ କଲରାପତରିଆ ବାଘଟି ଉଦ୍ଧାର ହେବା ପରେ ଜଙ୍ଗଲମୁହାଁ ହୋଇଥିବା ଜଣାପଡିଛି  । ବାଘଟିକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଉଦ୍ଧାର କରିଥିବା ବେଳେ ବାଘଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.