ନୂଆଦିଲ୍ଲୀ ୦୮।୦୬: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ହୋଶ ଉଡାଇ ଦେଇଛି। ଏହା ବିଶ୍ବାସ କରିବା ଅସମ୍ଭବ । ଯେଉଁଠାରେ ଜଣେ ପିଲାଟିକୁ PUBG ଖେଳିବାକୁ ବାରଣ କରିଥିବାରୁ ନିଜ ମା’ଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅନୁସନ୍ଧାନ କରିବାରୁ ଜଣାପଡିଛି ଯେ ପିଲାଟିକୁ PUBG ଖେଳ ପ୍ରତି ନିଶା ଥିଲା। ମା’ଙ୍କ ଗାଳିଗୁଲଜ ହେତୁ ପୁଅଟି ଲାଇସେନ୍ସ ପ୍ରାପ୍ତ ରିଭଲଭର ସାହାଯ୍ୟରେ ମା’ଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା। ସୂଚନା ଅନୁଯାୟୀ, ଏହି ଘଟଣା ଲକ୍ଷ୍ନୌର ଅଞ୍ଚଳରୁ ଆସିଛି। ଅଭିଯୁକ୍ତ ବାଳକ ତାଙ୍କ ମା’ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ତିନି ଦିନ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲା। ଏହା ସହିତ ସାନ ଭଉଣୀକୁ ମଧ୍ୟ ଧମକାଇକି ଘରର ଏକ କୋଠରୀରେ ତାଲା ପକାଇ ରଖିଥିଲା । ମୃତ ଦେହର ଗନ୍ଧକୁ ଏଡାଇବା ପାଇଁ ରୁମ୍ ଫ୍ରେଶନର ପକାଇ ଦୁଇ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲା । ଯେତେବେଳେ ମୃତ ଦେହରୁ ଅଧିକ ଦୁର୍ଗନ୍ଧ ବାହାରିବା ଆରମ୍ଭ କଲା, ଘର ପାଖ ପଡୋଶୀ ଏବିଷୟରେ ଜାଣିବାକୁ ପାଇଲେ ଏବଂ ପରେ ଏହି ମାମଲାର ଖୁଲାସା ହେଲା। ଲକ୍ଷ୍ନୌର ADCP କହିଛନ୍ତି ଯେ ପବଜୀ ଖେଳ ପିଲାଟି ପ୍ରତି ନିଶା ପାଲଟି ଯାଇଥିଲା । ଏଥିପାଇଁ ତାଙ୍କ ମା ତାଙ୍କୁ ଖେଳରୁ ନିବୃତ୍ତ କରୁଥିଲେ, ଏହି କାରଣରୁ ସେ ତାଙ୍କ ପିତାଙ୍କ ପିସ୍ତଲରେ ମାଆଙ୍କୁ ଗୁଳିମାରି ହତ୍ୟା କରିଥିଲେ ।