ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା, ନାଳ ପାଖରୁ ଆଉ ଉଠିପାରୁନି ; ଚିକିତ୍ସା ଲାଗି ଯିବ ଟିମ୍‌

ଆଠଗଡ଼ ୦୮।୦୬ :  ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି କି ଆଠଗଡ଼ ବନଖଣ୍ଡ। ଦୁଇ ଦିନରେ ମାଟି ତଳୁ ଦୁଇ ହାତୀ କଙ୍କାଳ ଠାବ କରିବା ପରିଥିଲା STF । ଏବେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ସଂରକ୍ଷିତ ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଖବର ଅନୁଯାୟୀ,  ଦନ୍ତା ମୁଣ୍ଡରେ ଗୁଳି ବାଜିଛି ଶିକାରୀର । ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଛି ହାତୀଟି। ଆଠଗଡ଼ ବନଖଣ୍ଡ ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ଗୁରୁତର ହୋଇ ଜଙ୍ଗଲ ଭିତରେ ରହିଛି । ହାତୀଟିର ଅବସ୍ଥା ଏତେ ଗୁରୁତର ହୋଇପଡ଼ିଛି ଯେ, ଜଙ୍ଗଲର ଏକ ନାଳ ପାଖରୁ ଆଉ ଉଠିପାରୁନି। ବହୁ ସମୟ ଧରି ସେଠି ହିଁ ପଡ଼ିରହିଛି। ଦନ୍ତାର ମୁଣ୍ଡ ଉପରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ଏନେଇ ପ୍ରଥମେ ବଡ଼ମ୍ବା, ନରସିଂହପୁର ବିଧାୟକ ଦେବୀ ମିଶ୍ର ଫେସବୁକ୍ ରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ଆହତ ହାତୀକୁ ଟ୍ରାଙ୍କୁଲାଜେସନ ଆଉ ଟ୍ରିଟ୍ ମେଣ୍ଟ କରିବା ପାଇଁ ନନ୍ଦନକାନନ ର ଏକ ଟିମ୍ ନରସିଂହପୁର ସ୍ଥିତ ଘଟଣାସ୍ଥଳରେ ପହଂଚିବା ପରେ ହାତୀଟିର ଚିକିତ୍ସା କରାଯିବ ।

Leave A Reply

Your email address will not be published.