ବଜାରରେ ପଶିଲା ଦନ୍ତାହାତୀ, ଲୋକେ ଭୟଭୀତ

ମୋରଡ଼ା ୦୮।୦୬: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବଜାରରେ ପଶିଲା ଦନ୍ତାହାତୀ । ଧାନ ଖାଇବା ସହ ଲ୍ୟାମ୍ପ୍ସ ସଟରକୁ ଭାଙ୍ଗିଲା। ହାତୀର ଗତିବିଧି ଉପରେ ବନବିଭାଗ କର୍ମଚାରୀ ମାନେ ଦୃଷ୍ଟି ରଖିଥିବା ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଭୋର ସମୟରେ ରାସଗୋବିନ୍ଦପୁର ବଜାରର ମୁଖ୍ୟ ରାସ୍ତା ଦେଇ ଗାଁକୁ ଦନ୍ତାହାତୀ ପ୍ରବେଶ କରିଥିଲା । ଗାଁ ଭିତରେ ପଶି ଜଣଙ୍କ ଘରେ ଥିବା ଧାନ ଖାଇବା ପରେ ରାସ୍ତାକୁ ଧାନ ବସ୍ତା ଆଣି ଫୋପାଡିଥିଲା । ଏଥିସହ ସରକାରୀ ଲ୍ୟାମ୍ପ୍ସ ଘରର ସଟର ମଧ୍ୟ ଭାଙ୍ଗିଛି ଦନ୍ତା । ପରେ ଲୋକଙ୍କ ଭିଡ ଦେଖି ଦନ୍ତାହାତୀଟି ସାରମୁଳା ଜଙ୍ଗଲକୁ ପଳାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦନ୍ତାହାତୀ ଦେଖି ଭୟଭୀତ ହୋଇପଡିଥିଲେ। ହାତୀର ଗତିବିଧି ଉପରେ ବନବିଭାଗ କର୍ମଚାରୀ ମାନେ ଦୃଷ୍ଟି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.