ଦୁଇ ତାଲାରୁ ଖସି ଯୁବ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାତିସାରା ଧାରଣା

ସୋର ୦୮।୦୬ : ଦୁଇ ତାଲାରୁ ଖସି ଯୁବ ଶ୍ରମିକଙ୍କ ମୃତ୍ୟୁ l ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା, ସାରା ରାତି ଧାରଣା । କ୍ଷତିପୂରଣ ଦାବିରେ ଗତକାଲି ଦିନ ୧୨ଟାରୁ ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ଧାରଣା ଦେଇଛନ୍ତି। ସାରା ରାତି ଏହି ଧାରଣା ଚାଲିଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି l ଖବର ଅନୁଯାୟୀ,, ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ତୁଣ୍ଡପଡା ଗାଁର ନଖିଆ ବାରିକଙ୍କର ଦୁଇ ତାଲା ବିଶିଷ୍ଟ ନୂଆ ପକ୍କା ଘର କାମ ଚାଲିଛି । କେଦାରପୁର ପଞ୍ଚାୟତ କିଆରପୁରର ନିର୍ମଳ ବେହେରା ସେଠାରେ କାମ କରୁଥିଲେ । କାମ କରିବା ସମୟରେ ଛାତରୁ ଖସି ପଡି ତାଙ୍କର ମୃତ୍ୟୁ ଘଟିଛି । ନିର୍ମଳ ଛାତରୁ ଖସି ଗୁରୁତର ହୋଇପଡିଥିଲେ, ନିର୍ମାଣାଧୀନ ଘର ମାଲିକ ତାଙ୍କୁ ଡ଼ାକ୍ତରଖାନା ନେଇନଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ଦାବିରେ କିଆରପୁର ଗ୍ରାମବାସୀ ଓ ନିର୍ମଳଙ୍କ ପରିବାର ଲୋକେ ତୁଣ୍ଡପଡା ଗାଁର ନିର୍ମାଣାଧୀନ ଘର ମାଲିକଙ୍କ ଘର ଆଗରେ ମୃତଦେହ ରଖି ରଖି କ୍ଷତିପୂରଣ ଦାବି କରିଛନ୍ତି l

Leave A Reply

Your email address will not be published.