ନ୍ୟାସନାଲ ହେରଲ୍ଡ ମାମଲା:  ସୋନିଆ ବୁଧବାର ହାଜର ହେବେନି EDରେ, ମାଗିଲେ ଅଧିକ ସମୟ

ନୂଆଦିଲ୍ଲୀ ୮।୬: ନ୍ୟାସନାଲ ହେରଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ନୋଟିସ୍ ପାଳନ କରିପାରୁ ନାହାନ୍ତି। ସୋନିଆ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ କୋଭିଡରୁ ସୁସ୍ଥ ହୋଇପାରିନଥିବାରୁ ସେ ଇଡିରେ ହାଜର ହେବା ଲାଗି ଅଧିକ ସମୟ ମାଗିଛନ୍ତି। ଗତ ଗୁରୁବାର ସୋନିଆ କୋଭିଡ ପଜିଟିଭ ଥିବା ଜଣାପଡିଥିଲେ। ସେ ସଂକ୍ରମିତ ଥିବା ଜାଣିବା ପରେ ଇଡିଙ୍କୁ ପତ୍ର ଲେଖି ପଚରା ଉଚରା ଲାଗି ଅଧିକ ସମୟ ମାଗିଥିଲେ। ସୋନିଆ ଲେଖିଥିବା ପତ୍ରରେ ତାଙ୍କର ତାଜା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିନଥିବା ସୂଚିତ କରିଛନ୍ତି। ଏଣୁ ପଚରା ଉଚରା ତାରିଖ ଆଗକୁ ବଢାଇବାକୁ ନିବେଦନ କରିଛନ୍ତି। ଏହି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ କରାଯାଇଥିଲା। ତାଙ୍କୁ ଜୁନ ୨ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଥିଲା।

Leave A Reply

Your email address will not be published.