ଅଭିନବ ପ୍ରତିବାଦ, କଲେଜ ଫାଟକ ସାମ୍ନାରେ ପୂଜା ପାଠ କଲେ ଆନ୍ଦୋଳନକାରୀ

ଭଦ୍ରକ ୦୮।୦୬:  ଅଭିନବ ପ୍ରତିବାଦ । କଲେଜ ଗେଟ୍‌ ସମ୍ମୁଖରେ ପୂଜା ପାଠ କଲେ ଧାରଣାରତ କର୍ମଚାରୀ । ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ  କଲେଜ ଫାଟକ ସମ୍ମୁଖରେ ଏପରି କିଛି ଚିତ୍ର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ୧୭ ମାସର ବକେୟା ଦରମା ଓ ୯ ଦଫା ଦାବିରେ ନେଇ ଧାରଣାରେ ବସିଥିବା ଭଦ୍ରକ ବରପଦା କଲେଜର କର୍ମଚାରୀଙ୍କ ଆନ୍ଦୋଳନ ୪୪ ଦିନରେ ପହଞ୍ଚିଲାଣି । ଜିଲ୍ଲା ପ୍ରଶାସନ କିମ୍ବା କଲେଜର ଅଧିକାରୀ ନେଇ ଆନ୍ଦୋଳନକାରୀଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଏବେ ଭଗବାନଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି ଧାରଣା ରେ ବସି ଥିବା କର୍ମଚାରୀ । ଧାରଣାରେ ବସିଥିବା କର୍ମଚାରୀମାନେ ଫାଟକ ସମ୍ମୁଖରେ ପୂଜା ପାଠ କରି ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.