କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର : ମାତ୍ର ୧୩ଟି ଇନିଂସରେ ପୂରଣ କଲେ ୧୦୦୦ ରନ୍

ନୂଆଦିଲ୍ଲୀ ୦୯/୦୬: ଭାଙ୍ଗିଲା କୋହଲିଙ୍କ ବିରାଟ ରେକର୍ଡ ।  ପାକିସ୍ତାନର ଷ୍ଟାର୍‌ ବ୍ୟାଟର୍‌ ବାବର ଆଜମ ଦିନିକିଆ କ୍ରିକେଟରେ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ସେ ଭାରତୀୟ ଦଳର ଷ୍ଟାର୍ ପ୍ଲେୟାର ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।  ଅଧିନାୟକ ଭାବେ ଦିନିକିଆରେ ଏକ ହଜାର ରନ ପୂରଣ କରିବାରେ ଦ୍ରୁତ ବ୍ୟାଟର୍‌ ହୋଇଯାଇଛନ୍ତି ବାବର୍‌ ଆଜମ । ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆର ପ୍ରଥମ ମ୍ୟାଚରେ ବାବର ୧୦୩ରନ କରିଥିଲେ । ଏହି ସ୍କୋର ସହ ସେ ସେ ବଡ ଉପଲବ୍ଧି ହାସଲ କରିଛନ୍ତି । ଅଧିନାୟକ ଭାବେ ମାତ୍ର ୧୩ଟି ଇନିଂସରୁ ବାବର୍‌ ଏକ ହଜାର ରନ ପୂରଣ କରିଛନ୍ତି । ଯାହା ଏକ ବଡ ରେକର୍ଡ । ତେବେ କୋହଲି ପୂର୍ବରୁ ୧୭ଟି ଇନିଂସ ଖେଳି ଏକ ହଜାର ରନ୍‌ ପୂରଣ କରିଥିଲେ । କିନ୍ତୁ ବାବର ଆଜମ୍‌ ମାତ୍ର ୧୩ଟି ଇନିଂସରୁ ହିଁ ଏହି ରେକର୍ଡ ହାସଲ କରିଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ୧୮ଟି ଇନିଂସ ଏବଂ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ୨୦ ଇନିଂସରୁ ଦ୍ରୁତ ୧ ହଜାର ରନ ପୂରଣ କରିଥିଲେ ।

Leave A Reply

Your email address will not be published.