ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ : ହରିଣ ମାଂସ ସହ ୩ଟି ବନ୍ଧୁକ ଜବତ

କରଞ୍ଜିଆ ୧୦।୬: ଶିମିଳିପାଳ ଅଭୟାରଣ୍ୟରୁ ୪ ବନ୍ୟଜନ୍ତୁ ଶିକାରୀ  ଗିରଫ । ଗୁରୁବାର ରାତିରେ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା । ଶିକାରୀଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ କରିଛି ବନ ବିଭାଗ । ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଡବ୍ଲୁଡି ୮ ଏବଂ ଡବ୍ଲୁଡି ୧୦ରୁ ଏମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ କରଞ୍ଜିଆ ବ୍ଲକ୍ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗାଁର ବାସୁଦେବ ନାୟକ, ସୁଦର୍ଶନ ନାୟକ, ଚକ୍ରଧର ଗାଗରାଇ ଓ କେରସେ ସିଂ ଖୁଣ୍ଟିଆ । ଏମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.