ଚୁଆରୁ ବାହାରିଲା ହାତୀ ଛୁଆ । ସୁରକ୍ଷିତ ଭାବେ ଉଦ୍ଧାର କଲା ବନ ବିଭାଗ

କନ୍ଧମାଳ : ଚୁଆରୁ ବାହାରିଲା ହାତୀ ଛୁଆ । ସୁରକ୍ଷିତ ଭାବେ ଉଦ୍ଧାର କଲା ବନ ବିଭାଗ । କନ୍ଧମାଳ ଫିରିଙ୍ଗିଆ ରେଞ୍ଜର ଜିରିଙ୍ଗପଡ଼ା ଗାଁ ନିକଟରେ ଏକ ଚୁଆରେ ହାତୀ ଛୁଆଟି ପଡ଼ି ଯାଇଥିଲା । ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ୧୫ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ ।ବହୁ ସତର୍କତାର ସହ ବାଣ, ଲାଇଟ୍, ନିଆଁ ଲଗାଇବା ସରଞ୍ଜାମ ସହିତ ଜେସିବି ମେସିନ୍ ନିଆଯାଇଥିଲା । ଜେସିବି ସାହାଯ୍ୟରେ ପ୍ରାୟ ୨ ଘଣ୍ଟା ଧରି ଚୁଆରୁ ମାଟି ବାହାର କରି ରାସ୍ତା କରାଯିବା ପରେ ହାତୀ ଛୁଆକୁ ବାହାର କରାଯାଇଥିଲା । ୬ ଟିକିଆ ହାତୀ ପଲ ଜଙ୍ଗଲକୁ ଯାଉଥିବା ବେଳେ ଏକ ଛୁଆ ହାତୀ ଚୁଆରେ ପଡ଼ିଯାଇଥିଲା । ହାତୀଟି ବାହାରକୁ ବାହାରିବାରେ ବିଫଳ ହେବା ପରେ ବନ ବିଭାଗ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.