ନଦୀ କୂଳରେ ଲାଗିଛି ମହିଳାଙ୍କ ମୃତଦେହ, ମିଳିନି ପରିଚୟ

ପଟ୍ଟାମୁଣ୍ଡାଇ ୧୧।୦୬ : ବ୍ରହ୍ମଣୀ ନଦୀରେ ଲାଗିଛି ଯୁବତୀଙ୍କ ମୃତଦେହ । ଏବେ ଯାଏଁ ମିଳିନି ଯୁବତୀଙ୍କ ପରିଚୟ । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍ ଆରମ୍ଭ । ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଅମୃତ ମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁ ଦେଇ ଯାଇଛି ବ୍ରାହ୍ମଣୀ ନଦୀ । ଶନିବାର ସକାଳୁ ଗାଁ ନଦୀ କୂଳରେ ଏକ ମହିଳାଙ୍କ ମୃତଦେହ ଲାଗିଥିବାରେ ଦେଖିବାକୁ ମିଳିଥିଲା । ଏହାପରେ ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ତେବେ ଏବେ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲା ପରେ ହିଁ ହତ୍ୟାକାଣ୍ଡ ବିଷୟରେ ସବିଶେଷ ତଥ୍ୟ ମିଳିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.