ବଜ୍ରାଘାତରେ ଜଣେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

ସାନଖେମୁଣ୍ଡି ୧୧।୬: ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଧୋବଡିଠାରେ ଏଭଳି ଅଘଟଣ ଘଟିଛି । ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଧୋବଡିଠାରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ୍ ଧୋବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମର କାଳିଆ ରାଉତ । ଗୁରୁତର ମହିଳାଙ୍କୁ ପ୍ରଥମେ ବେଲଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.