ବାହାଘର ସାରି ଘରକୁ ଫେରୁଥିଲେ, ଅଧାରାସ୍ତାରେ ଶାବଳରେ ଆକ୍ରମଣ

ଭଦ୍ରକ ୧୧।୦୬ : ବାହାଘର ସାରି ଘରକୁ ଫେରୁଥିବା ବେଳେ ଆକ୍ରମଣ । ଚିତ୍ତରଞ୍ଜନ ନାମକ ଜଣେ ଯୁବକଙ୍କୁ ଶାବଳରେ ଆକ୍ରମଣ ହୋଇଛି । ଏଥିରେ ଚିତ୍ତରଞ୍ଜନ ଗୁରୁତର ହୋଇଛନ୍ତି । ତାଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ପଧାନୀ ପଞ୍ଚାୟତ ରାମରକୁଳ ଅଞ୍ଚଳରୁ ଏମିତି ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଚିତ୍ତରଞ୍ଜନ ସାହୁ ନାମକ ଯୁବକ ନିଜ ସଂପର୍କୀୟଙ୍କ ବାହାଘରକୁ ଯାଇଥିଲେ । ସେଠାରେ ଉକ୍ତ ଗାଁରେ ଜଣେ ଯୁବକଙ୍କ ସହ ଚିତ୍ତରଞ୍ଜନଙ୍କ ପାଟିତୁଣ୍ଡ ସହ ଠେଲାପେଲା ମଧ୍ୟ ହୋଇଥିଲା । ତେବେ ବାହାଘର ସାହି ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ନିଜ ଘରକୁ ଫେରୁଥିଲେ । କିନ୍ତୁ ଏହି ସମୟରେ ଚିତ୍ତ ଆସୁଥିବା ରାସ୍ତାରେ ଲୁଚି ରହି ଶାବଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଚିତ୍ତରଞ୍ଜନ ଗୁରୁତର ହୋଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣା ନେଇ ଚିତ୍ତରଞ୍ଜନଙ୍କ ପରିବାର ପକ୍ଷରୁ ଧାମନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଧାମନଗର ଥାନା ପୋଲିସ ଅଭିଯୋଗ ପରେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.