ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ, କହିଲେ- ଦଙ୍ଗା ଉସକାଉଥିବା ଲୋକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

କୋଲକାତା ୧୧।୬:  ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଶୁକ୍ରବାର ନମାଜ ପରେ ସାରା ଦେଶରେ ଉତ୍ତେଜକ ବିକ୍ଷୋଭ ହୋଇଛି। ତେବେ ପଶ୍ଚିମବଙ୍ଗ ରଜଧାନୀ କୋଲକାତାରେ ଶନିବାର ମଧ୍ୟ ଉତ୍ତେଜନା ଜାରି ରହିଛି। ହାୱଡା ପଞ୍ଚଲା ବଜାରରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦ୍ରବୀଙ୍କୁ ଚେତାବନୀ ଦେଇଛନ୍ତି। ତମାମ ଘଟଣା ପଛରେ କିଛି ରାଜନୈତିକ ଦଳଙ୍କ ହାତ ଥିବା ମୁଖ୍ୟମନ୍ତ୍ରୀ ସନ୍ଦେହ କରୁଥିବା ବେଳେ ହିଂସାକୁ ଉସକାଉଥିବା ପ୍ରତ୍ୟେକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ  ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ମୁଁ ପୂର୍ବରୁ ବି କହିଛି ..ଗତ ଦୁଇ ଦିନ ହେଲା ହିଂସାତ୍ମକ କାଣ୍ଡ ଯୋଗୁ ହାୱଡାରେ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଓ ସେମାନେ ଦଙ୍ଗା ଉସକାଇବାକୁ ଉଦ୍ୟମ କରୁଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯିବନି ଓ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମମତା ବାନାର୍ଜୀ ଚେତାଇ ଦେଇଛନ୍ତି। ସେପଟେ ଉଲବେରିଆ ସବଡିଭିଜନରେ ଜାରି ୧୪୪ ଧାରା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।

Leave A Reply

Your email address will not be published.