ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି : ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି, ମଧ୍ୟାହ୍ନ ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ୧୩।୦୬ : ମଙ୍ଗଳବାର ଦେବ ସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ । ବାହୁଟ କଣ୍ଟ ସରିଥିବା ବେଳେ ଆଜି ପୂର୍ବାହ୍ଣରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ସେନାପଟା ଲାଗି ନୀତି ପାଇଁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ବିଳମ୍ବିତ ରାତିରେ ବାହୁଟକଣ୍ଟ ସହ କୋଠ ସୁଆସିଆ ମାନେ ଚାରମାଳ ବାନ୍ଧିଛନ୍ତି। ଆଜି ଦଇତାପତିମାନଙ୍କ ଦ୍ବାରା ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ସେନାପଟା ଲାଗି କରାଯିବ। ସେପଟେ ଘୋଷଯାତ୍ରା ନୀତି ପାଇଁ ଗତକାଲିଠୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ଦଇତାପତି । ଆଜି ସେନାପଟା ଲାଗି ସମ୍ପାଦନା କରିବେ । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ଯାତ୍ରା ହେଉଥିବାରୁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ସ୍ନାଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି, ତେଣୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.