ଗ୍ୟାଲେରୀରେ ବିଅର ପିଉଥିଲେ ମହିଳା, ଗ୍ଲାସରେ ପଡିଲା ବଲ୍ : ନ୍ୟୁଜିଲାଣ୍ଡ ପାଇଁ ପାଲଟିଲା ଆଶୀର୍ବାଦ

ନୂଆଦିଲ୍ଲୀ ୧୧/୦୬:  ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ୍ ମ୍ୟାଚ୍ ପ୍ରଶଂସକଙ୍କୁ ଅନେକ ରୋମାଞ୍ଚ୍ ଦେଉଛି । ନ୍ୟୁଜିଲାଣ୍ଡ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୩୦୦ରୁ ଅଧିକ ରନ୍ କରିଛି । ଏବେବି ଦଳର ବ୍ୟାଟିଂ ଜାରି ରହିଛି । ତେବେ ମୁକାବିଲା ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛିଲା । ମ୍ୟାଚ୍ ବେଳେ ଜଣେ ବ୍ୟାଟର ଏପରି ଏକ ସଟ୍ ମାରିଥିଲେ ଯାହା ଗ୍ୟାଲେରୀରେ ବସିଥିବା ଜଣେ ମହିଳାଙ୍କ ବିଅର ଗ୍ଲାସରେ ପଡିଥିଲା ।  ସୂଚନାନୁସାରେ, ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲେ ବି ୧୬୯ ରନରେ ୪ ଓ୍ୱିକେଟ୍ ହରାଇ ସାରିଥିଲା । କିନ୍ତୁ ପରେ ଟମ୍ ବ୍ଲଣ୍ଡନ୍ ଓ ଡିରେଲ୍ ମିଚେଲ୍ ଜବରଦସ୍ତ ପାର୍ଟନରସିପ୍ କରି ସ୍କୋରକୁ ଆଗକୁ ନେଇଥିଲେ । ଯେତେବେଳେ ସ୍କୋର ୨୧୦ ଥିଲା ସେତେବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.