ବୁଧବାରଠୁ ଅଲାରନାଥରେ ଅନବସର ଦର୍ଶନ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ବ୍ରହ୍ମଗିରି ୧୪।୬: ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶୀଜିଉଙ୍କୁ ଜ୍ବର ହେବ । ଏହାପରେ ଶ୍ରୀଜିଉ ୧୪ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବେ । ଏହି ସମୟରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଯିବ ଦ୍ବିତୀୟ ଶ୍ରୀକ୍ଷେତ୍ର । ଭକ୍ତମାନେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବେ। ଚତୁର୍ଭୂଜ ନାରାୟଣଙ୍କୁ ଦର୍ଶନ କରିବା ଦ୍ବାରା ଜଗନ୍ନାଥ ଦର୍ଶନର ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଜଗନ୍ନାଥପ୍ରେମୀ ଭକ୍ତମାନେ ଏହି ସମୟରେ ଅଲାରନାଥ ପୀଠକୁ ଛୁଟି ଆସିଥାନ୍ତି । ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନେ ଅନବସର ଦର୍ଶନରୁ ବଞ୍ଚିତ ଥିଲେ । ଚଳିତ ବର୍ଷ  ଭକ୍ତମାନେ ଅନବସର ଦର୍ଶନ କରିପାରିବେ । ତେଣୁ  ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କିଭଳି ଭକ୍ତମାନେ ଶୃଙ୍ଖଳାରେ ଦର୍ଶନ କରିବେ ସେଥିପାଇଁ  ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.