ଲାଲୁ ଯାଦବଙ୍କୁ CBI କୋର୍ଟରୁ ଆଶ୍ୱସ୍ତି, ଫେରସ୍ତ ମିଳିବ ପାସପୋର୍ଟ, ଚିକିତ୍ସା ଲାଗି ଯାଇପାରିବେ ଶିଙ୍ଗାପୁର

ରାଞ୍ଚୀ ୧୪।୬:  ସ୍ୱତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାର ଲାଲୁ ଯାଦବଙ୍କୁ ପାସପୋର୍ଟ ରିଲିଜ କରିବା ପାଇଁ ଅନୁମତି ଦେଇଛନ୍ତି। ଜାମିନ ସର୍ତ୍ତରେ ଜମା କରାଯାଇଥିବା ପାସପୋର୍ଟ ରିନୁୱାଲ ଲାଗି ଫେରସ୍ତ କରିଦିଆଯାଇଛି। ପ୍ରାୟ ଅସୁସ୍ଥ ରହୁଥିବା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଜାତୀୟ ସଭାପତି ପାସପୋର୍ଟ ରିଲିଜ କରିବା ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ। ଲାଲୁଙ୍କ ଓକିଲ ପ୍ରଭାତ କୁମାର ପାସପୋର୍ଟ ରିଲିଜ ପାଇଁ କୋର୍ଟ ଅନୁମତି ଦେଇଥିବା କହିଛନ୍ତି। ପାସପୋର୍ଟ ମିଳିବା ପରେ ମହକିଲ ଏହାକୁ ନବୀକରଣ ଲାଗି ଦାଖଲ କରିବେ। ରିନ୍ୟୁ କରିବା ପରେ ପାସପୋର୍ଟକୁ ପୁଣି କୋର୍ଟରେ ଡିପୋଜିଟ କରିବୁ ବୋଲି ସେ କହିଛନ୍ତି। ଲାଲୁଙ୍କ ପାସପୋର୍ଟ ଲାପସ୍ ହେବାର ଥିଲା। ଏଣୁ ନବିକରଣ ଲାଗି ପାସପୋର୍ଟ ଫେରସ୍ତ କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲୁ। ଏହାକୁ ରିନ୍ୟୁ କରିବା ଜରୁରୀ, ନଚେତ ବିଦେଶରେ ଚିକିତ୍ସା ନିମନ୍ତେ ଆପଏଣ୍ଟମେଣ୍ଟ ମିଳିବ ନାହିଁ। ବିଦେଶରେ ଚିକିତ୍ସା ଲାଗି ଆପଏଣ୍ଟମେଣ୍ଟ ମିଳିବା ପରେ ଆମେ ପୁଣି ପାସପୋର୍ଟ ଲାଗି କୋର୍ଟଙ୍କୁ ନିବେଦନ କରିବୁ ବୋଲି ପ୍ରଭାତ କୁମାର କହିଛନ୍ତି।

Leave A Reply

Your email address will not be published.