ଆଜି ପହିଲି ରଜ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୧୪।୦୬ :  ଆଜି ପହିଲି ରଜ । ଗାଁଠୁ ସହର ଯାଏଁ ଚାରିଆଡେ ମାହୋଲ ଉତ୍ସବମୁଖର । ତେବେ  ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ,  ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଏହି ଅବସରରେ ସମସ୍ତଙ୍କ ସୁଖ ଓ ମଙ୍ଗଳମୟ ଜୀବନ କାମନା କରୁଛି।

Leave A Reply

Your email address will not be published.