କାର୍ଯ୍ୟାଳୟ ଭିତରେ ଝୁଲୁଛି ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଟାଙ୍ଗୀ ୧୪।୬: କାର୍ଯ୍ୟାଳୟ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଟାଙ୍ଗୀ ନାଚୁଣୀ ସ୍ଥିତ ପିପୁଲ୍ସ ଫୋରମ୍ DCB ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସୋମବାର ସନ୍ଧ୍ୟା ସମୟରୁ ଏହି କାର୍ଯ୍ୟାଳୟ ମଧ୍ୟରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ ହେଉଛନ୍ତି ତପନ ପଲେଇ । ମୃତକ ଜଣଙ୍କ ଏହି ସଂସ୍ଥାର କର୍ମଚାରୀ ଥିଲେ । ତପନଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ସେପଟେ ତଦନ୍ତରେ ଶିଥିଳତା ନେଇ ମୃତକର ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.