ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ: ଅଧାରାସ୍ତାରେ ୨୦୩ କେଜି ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି ୧୫।୦୬ : କନ୍ଧମାଳ ପୋଲିସକୁ ସଫଳତା । ବାଲିଗୁଡ଼ା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ୨୦୩ କେଜି ୪୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ପାଟ୍ରୋଲିଂ ସମୟରେ ୫୯ ନମ୍ବର ଜାତୀୟ ରାଜପଥ ଶ୍ରୀନିକେତା ଗାଁ ଆମ୍ବ ଖାଲିଆ ଘାଟିରେ ଏକ ବାର ଚକିଆ ଟ୍ରକକୁ ଅଟକ ରଖିଥିଲା ପୋଲିସ । ଗାଡିକୁ ଯାଞ୍ଚ ସମୟରେ କ୍ୟାବିନ୍‌ ଭିତରୁ ଚାରୋଟି ବ୍ୟାଗ୍‌କୁ ଜବତ କରିଥିଲା ପୋଲିସ । ଏଥିରେ ୨୦୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଥିବା ଜାଣିଥିଲା ପୋଲିସ ।   ଏହାପରେ ଟ୍ରକକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ଉତ୍ତରପ୍ରଦେଶର ସାରୁଖ ଖାନ୍‌ ଓ ଅଜୟ କୁମାର ପାଲ୍‌ ବୋଲି ଜଣାପଡିଛି । ଉଭୟଙ୍କ ନାଁର ଦାରିଙ୍ଗବାଡି ଥାନାରେ ଏକ କେଶ୍‌ ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.