୨୨ ଘଣ୍ଟାର ଜେରା ପରେ ବି ଇଡିକୁ ମିଳିଲାନି କୌଣସି ଉତ୍ତର, ତୃତୀୟ ଦିନରେ ଜେରାର ସମ୍ମୁଖୀନ ହେବେ ରାହୁଲ

ନୂଆଦିଲ୍ଲୀ ୧୫/୦୬: ନାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲା । ଜେରା ପାଇଁ ଆଜି ତୃତୀୟ ଦିନରେ ଇଡି ଅଫିସରେ ହାଜର ହେବେ ରାହୁଲ ଗାନ୍ଧି । ଦ୍ବିତୀୟ ଦିନରେ ପ୍ରାୟ ୧୦ ଘଣ୍ଟା ଧରି ରାହୁଲଙ୍କୁ ଜେରା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରକୁ ଆସିଥିଲେ ରାହୁଲ। ଦିନ ୩ଟା ୩୦ ବେଳକୁ ED ଅଫିସରୁ ବାହାରକୁ ଆସିଥିଲେ ରାହୁଲ। ପରେ ଭଉଣୀ ପ୍ରିୟଙ୍କା ଗାନ୍ଧି ସହ ସିଧା ED ଅଫିସରୁ ତୋଗଲକ ରୋଡସ୍ଥିତ ବାସଭବନକୁ ଯାଇଥିଲେ। ଲଞ୍ଚ ବ୍ରେକ୍ ପରେ ପୁଣି ଇଡି ଅଫିସରେ ହାଜର ହୋଇଥିଲେ। ପୁଣି ତାଙ୍କୁ ଜେରା କରାଯାଇଥିଲା । ସେପଟେ ଦ୍ବିତୀୟ ଦିନରେ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ଗତକାଲି କଂଗ୍ରେସ ମୁଖ୍ୟାଳୟ ବାହାରେ ୧୪୪ ଧାରା ଜାରି କରାଯାଇଥିଲା । ଏହାସତ୍ବେ କଂଗ୍ରେସ ନେତା ଏବଂ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସକାଳେ ରାହୁଲଙ୍କ ସହ ପଦଯାତ୍ରାରେ ଯାଉଥିବା ରଣଦୀପ ସୁରଜେୱାଲାଙ୍କୁ ପୋଲିସ ଉଠାଇ ନେଇଥିଲା । ଏହାସହ ଅନେକ ନେତାଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା । ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

Leave A Reply

Your email address will not be published.