ଅଷ୍ଟ୍ରେଲିଆ ଟିମ୍‌ର ପିଛା ଛାଡୁନି ଆହତ ସମସ୍ୟା

ନୂଆଦିଲ୍ଲୀ, ୧୬/୦୬: ଅଷ୍ଟ୍ରେଲିଆ ଷ୍ଟାର୍ ବ୍ୟାଟସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଦମଦାର ପାଳିରେ ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ମାତ୍ ଦେଇଛି । ଦ୍ୱିତୀୟ ଦିନିକିଆ ଗୁରୁବାର ଖେଳାଯିବ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ମାର୍କସ୍ ଷ୍ଟୋଇନସ ଆହତଜନିତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏହାସହ ସ୍ପିନର୍ ଆଷ୍ଟନ୍ ଏଗର ମଧ୍ୟ ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ । ସେ ପ୍ରଥମ ଦିନିକିଆରେ ୩୧ ବଲରୁ ୪୪ ରନ୍ କରିଥିଲେ । ଉଭୟଙ୍କ ସ୍ଥାନରେ ଟ୍ରାଭିଡ୍ ହେଡ୍ ଓ ମାଥ୍ୟୁ କୁହନେମେନଙ୍କୁ ସାମିଲ କରାଯାଇଛି । କଙ୍ଗାରୁ ଟିମ୍ ପୂର୍ବରୁ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛି । ଦିନିକିଆ ସିରିଜରେ ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ, କେନ୍ ରିଚାର୍ଡସନ୍ ଓ ସିନ୍ ଆବାର୍ଟଙ୍କ ଭଳି ଖେଳାଳି ଆହତଜନିତ କାରଣରୁ ଖେଳୁନାହାଁନ୍ତି ।

Leave A Reply

Your email address will not be published.