ଶୋଇଥିବା ବେଳେ ଖଟରୁ ପଡ଼ି ଶିଶୁର ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ମାଆ

ମାହାଙ୍ଗା ୧୫/୦୬ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ତାଳଗିରି ଗାଁରେ ଦିଲ୍ଲୀପ ସ୍ୱାଇଁଙ୍କ ୩ ବର୍ଷର ପୁଅ ଭବାନୀ ରାତିରେ ବଡ଼ ବାପା ଓ ବଡ଼ ମା ପାଖରେ ଶୋଇଥିବା ବେଳେ ଖଟରୁ ଖସି ପଡ଼ି ସଂଜ୍ଞା ହୀନ ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ନଡ଼ିଆ ସାହାସପୂର ସ୍ୱାସ୍ଥ୍ୟକେନ୍ଦ୍ର ପରେ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ  ବଡ଼ ଡାକ୍ତରଖାନାକୁ ପଠାଇଛି। ଏପଟେ ମୃତ ଶିଶୁ ଭବାନୀର ମା ନିବେଦିତା ପ୍ରଧାନ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ରଜ ପାଇଁ ନିବେଦିତା ଓ ମୃତ ଶିଶୁ ମାମୁ ଘରକୁ ଯାଇଥିଲେ, କିନ୍ତୁ ପହିଲି ରଜ ଦିନ ମୃତ ଶିଶୁର ଜନ୍ମ ଦିନ ଥିବାରୁ ମୃତକ ପରିବାର ଲୋକ ଭଣଜାକୁ ପଠେଇ ଶିଶୁକୁ ନିଜ ଘରକୁ ଆଣିଥିଲେ। ରାତିରେ ମୃତ ଶିଶୁ ଭବାନୀ ବଡ଼ ବାପା ଓ ବଡ ମା ପାଖରେ ଶୋଇଥିବା ବେଳେ ସକାଳୁ ମୃତ ଶିଶୁ ଖଟ ତଳେ ପଡିଥିବାର ଘର ଲୋକ ଦେଖିଥିଲେ। ମୃତ ଭବାନୀ ର ବଡ ମା ଖଟ ତଳେ ମରି ଲାଠି ହୋଇଯାଇଥିବା କହୁଥିବା ବେଳେ ମୃତ ଶିଶୁର ଜେଜେ ଜୀବିତ ଥିବା ଓ ପରିସ୍ରା କରିବା କଥା କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଘର ପରିବାର ପକ୍ଷରୁ ପୃଥକ ପୃଥକ ବୟାନ ଦେବା ଓ କାହାରି କଥାନ ମିଶିବା ସନ୍ଦେହ ସୃଷ୍ଟି ହୋଇଛି। ମୋ ପୁଅକୁ ହତ୍ୟା କରାଯାଇଛି ବୋଲି ସଂଘାତିକ ଅଭିଯୋଗ ଆଣିଛନ୍ତି ଭବାନିର ମା। ରଜ ଥିବାରୁ ମୃତ ଶିଶୁକୁ ଘରକୁ ସକାଳୁ ଆଣି ବୁଲା ବୁଲି କରି ସନ୍ଧ୍ୟାରେ ଶିଶୁର ମାମୁଁ ଘରେ ଛାଡ଼ିବାର ପ୍ରତିଶୃତି ଦେଇଥିଲେ ମାକୁ କିନ୍ତୁ ସନ୍ଧ୍ୟାରେ ନଛାଡ଼ି ରାତିରେ ମୃତ୍ୟୁ ହେବା ସାଧାରଣରେ ମୃତ୍ୟୁ କୁ ନେଇ ସନ୍ଦେହ ହେଉଥିବା ବେଳେ ମୃତକର ଆଈ ମଧ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି। ଏଠାରେ ପ୍ରକାଶ ଥାଉକି ପରିବାରରେ କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା।

Leave A Reply

Your email address will not be published.