ଉଗ୍ର ରୂପ ନେଲା ଜାଗାବାଡ଼ି ବିବାଦ; ବଡ଼ ଭାଇ ଖଣ୍ଡା ଚୋଟରେ ସାନ ଭାଇ ଗୁରୁତର

ଢେଙ୍କାନାଳ ୧୬/୦୫ : ଜମିବାଡ଼ିକୁ କେନ୍ଦ୍ର କରି ଭାଇଭାଇଙ୍କ ଭିତରେ ବିବାଦ ରକ୍ତାକ୍ତ ଆକ୍ରମଣର ରୂପ ନେଇଛି। ୨ ବଡ଼ ଭାଇଙ୍କ ଠେଙ୍ଗା ଓ ଖଣ୍ଡା ଆକ୍ରମଣରେ ସାନ ଭାଇ ଓ ବୋହୁ ଗୁରୁତର ହୋଇଛନ୍ତି। ତେବେ ସାନ ଭାଇର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଢେଙ୍କାନାଳ ସହର ଷ୍ଟେସନ ବଜାରରେ ଏପରି ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନେ ହେଲେ ଅରୁଣ ସାହୁ ଓ ତାଙ୍କ ପତ୍ନୀ ପ୍ରଭାତୀ ସାହୁ। ଅରୁଣଙ୍କ ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି। ଖବର ପାଇ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.