ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହ ରଖି ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ

କୋରାପୁଟ ୧୭/୦୬: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରୋଗୀ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଅଶାନ୍ତି । ମେଡିକାଲ ସମ୍ମୁଖରେ ମୃତ ଦେହ ରଖି ବିକ୍ଷୋଭ କରିଛନ୍ତି ସମ୍ପର୍କୀୟ । ମେଡିକାଲ ପ୍ରବେଶ ମୁଖ୍ୟ ଫାଟକରେ ଦିର୍ଘ ଘଣ୍ଟା ଧରି ଶବ ରଖି ପରିବାର ପକ୍ଷରୁ ମହାପ୍ରୟାଣ ଗାଡ଼ି ପାଇଁ ଦାବି କରିଆସୁଥିଲେ ସୁଦ୍ଧା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବା ନିନ୍ଦା ବିଷୟ କହିଛନ୍ତି ସମ୍ପର୍କୀୟ । ନିହାତି ଗରିବ ପରିବାରର ହୋଇଥିବା ଯୋଗୁଁ ଗାଡ଼ି ଭଡ଼ା କରି ମୃତ ଶରୀରକୁ ନେବା ସମ୍ଭବ ନଥିବା ଯୋଗୁଁ ଯଥାସମ୍ଭବ ତୁରନ୍ତ ମୃତଶରୀର ନେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.