ସଂକଟରେ ଗଜରାଜ, ପୋଖରୀରେ ଫସିଛି ଅସୁସ୍ଥ ହାତୀ

ସମ୍ବଲପୁର ୧୭/୦୬: ସଂକଟରେ ଗଜରାଜ । ଗଜରାଜଙ୍କ ପ୍ରତି ବିପଦ ଥମିବାର ନାଁ ଧରୁନି । ଗତ କିଛିଦିନ ତଳେ ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ମୃତ୍ୟୁ ହୋଇଥିଲେ । ଏବେ ପୁଣିଥରେ ଗୋଟିଏ ହାତୀ ଉପରେ ସଂକଟ ଦେଖାଦେଇଛି । ସମ୍ୱଲପୁରରେ ଏବେ ଏମିତି ଘଟଣା ନଜର ଆସିଛି । ପୋଖରୀରେ ଫସିଛି ଅସୁସ୍ଥ ହାତୀ । ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଂଜ ବଡସାହୀ ସେକ୍ସନ ସାପଲହରା ଗାଁର ଘଟିଛି ଘଟଣା । ଏହା ଏକ ଅସୁସ୍ଥ ଦନ୍ତା ହୋଇଥିବାବେଳେ ତାର ଚିକତ୍ସା ଚାଲିଛି । ତେବେ ଏହି ଦନ୍ତାକୁ ଉଦ୍ଧାର ପାଇଁ ବନ ବିଭାଗ ପହଂଚିଛି ।

Leave A Reply

Your email address will not be published.