ବଜ୍ରାଘାତରେ ଯୁବକ ମୃତ, ଚିଙ୍ଗୁଡି ପୋଖରୀରେ କାମ କରୁଥିବାବେଳେ ମାରିଲା ଚଡକ

ଚାନ୍ଦବାଲି ୧୭/୦୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଯୁବକ ଜଣକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା । ଫଳରେ ଯୁବକ ଜଣକ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି । ସେ ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ଏକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିଲେ ବୋଲି ଜଣାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବରଦା ଅଞ୍ଚଳର ଈଶ୍ୱର ବାସ୍କେ l

Leave A Reply

Your email address will not be published.