ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର,୧୭/୦୬: ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ଖରାଛୁଟି ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ, ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ବନ୍ଦ ଥିଲା । ଛୁଟି ଅବଧି ଜୁନ୍‌ ୧୬ ଯାଏଁ ଥିବାବେଳେ ଶୁକ୍ରବାରଠୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ । ସୂଚନା ଥାଉକି, ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷ ଖରାଛୁଟି ସମୟକୁ କମ୍‌ କରି ପିଲାଙ୍କର ପାଠପଢ଼ା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦେଇଥିଲା । ପିଲାଙ୍କ ପଢ଼ା ଓ ପରୀକ୍ଷା ଶେଷ ହୋଇ ନଥିବାରୁ ଠିକ୍‌ ସମୟରେ ପିଲାଙ୍କ ପଢ଼ା ସାରି ପରୀକ୍ଷା ଆୟୋଜନ ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଥିଲା । ଛୁଟି ଦିନରେ ମଧ୍ୟ ସ୍ୱତନ୍ତ୍ର କ୍ଲାସ କରି ପିଲାଙ୍କ ପଢ଼ା କ୍ଷତି ଭରଣା କରିବାକୁ ପ୍ରମୁଖ ଶାସନ ସଚିବ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଶୁକ୍ରବାର ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୪ ଯାଏଁ ଚାଲିବ ।

Leave A Reply

Your email address will not be published.