ଏକାଠି ଲୁଟୁଥିଲେ, ଏକାଠି ବନ୍ଧାହେଲେ: ବାପା-ପୁଅ ହେବ ତ ଏମିତି, ସାଙ୍ଗ ହୋଇ କରୁଥିଲେ ଲୁଟ୍

ଉଦଳା ୧୮/୦୬: ବାପା-ପୁଅ ହେବ ତ ଏମିତି । ସାଙ୍ଗ ହୋଇ ଲୁଟ୍ କରିଲେ ଆଉ ସାଙ୍ଗ ହୋଇ ଧରା ମଧ୍ୟପଡିଲେ । ଉଭୟ ଧରା ପଡିବା ପରେ ପୋଲିସ୍ ତାଙ୍କ ନିକଟରେ ଚୋରି ମୋବାଇଲ୍ ଦେଖି ଟେରା । ଦୁଇ ବାପା, ପୁଅ ଏବଂ ପୁଅର ସାଙ୍ଗ ତିନି ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଜବତ ହୋଇଛି ୮୦ଗୋଟି ମୋବାଇଲ୍ । ଖୁଂଟା ପୋଲିସ୍ ଏହି ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି । ଗତ ୧୩ ତାରିଖରେ ଖୁଂଟା ବଜାରରେ ଥିବା ଏକ ମୋବାଇଲ୍ ଦୋକାନରେ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ରାତିରେ ୩ ଜଣ ଲୁଟେରାକୁ ପୋଲିସ୍ ଗିରଫ କରିଛି । ଗିରଫ ଲୁଟେରାମାନେ ହଲେ କେନ୍ଦୁଆମୁଣ୍ଡି ଗ୍ରାମର ବାପା ସୁଭାକର ମହାକୁଡ ଏବଂ ପୁଅ ଯତିନ୍ଦ୍ର ମହାକୁଡ ।ଏହା ସହିତ ଯତିନ୍ଦ୍ରଙ୍କ ସହଯୋଗୀ ତଥା ସାଙ୍ଗ ଚତୁରଶିଳା ଗ୍ରାମର ସତ୍ୟବାନ ବହେରାକୁ ମଧ୍ୟ ପୋଲିସ୍ ଗିରଫ କରିଛି । ଏହି ଲୁଟେରା ବାପା ଏବଂ ପୁଅ ପୁରା ଘଟଣାର ମାଷ୍ଟର ମାଇଣ୍ଡ ଥିବାବେଳେ ସେମାନେ ମୋବାଇଲ୍ ଲୁଟ୍ କରି ନେଇ କପ୍ତିପଦା ଥାନା ପୋଡାଡିହା ଗ୍ରାମରେ ଲୁଚାଇ ରଖିଥିଲେ । ପୋଲିସ୍ ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ୮୦ ଗୋଟି ଚୋରି ମୋବାଇଲ୍ ଜବତ କରିଛି ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ।ତେବେ ଏହି ତିନି ଜଣଙ୍କର ମୋବାଇଲ୍ ଲୁଟେରା ଗ୍ୟାଙ୍ଗ ସହିତ କଣ ଲିଙ୍କ୍ ରହିଛି ଏବଂ ଅନ୍ୟ କେଉଠି କେଉଠି ଏହି ଲୁଟେରା ଲୁଟ୍ କରିଛି ତାହାର ଖୋଳତାଡ କରୁଛି ପୋଲିସ୍ ।

Leave A Reply

Your email address will not be published.