ମୁଣ୍ଡଳି ଫେରିଲେ ଏନ୍‌ଡିଆର୍‌ଏଫ୍‌ ଯବାନ, କ୍ୟାମ୍ପରେ ଜୋରଦାର ସ୍ୱାଗତ

ଆଠଗଡ଼ ୧୮।୦୬ : ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ମୁଣ୍ଡଳି ଫେରିଲେ ଏନ୍‌ଡିଆର୍‌ଏଫ୍‌ ଯବାନ । କଟକ ଜିଲ୍ଲା ମୁଣ୍ଡଳି ସ୍ଥିତ ଏନ୍‌ଡିଆରଏଫ୍‌ ବାଟାଲିୟନ୍‌କୁ ସଂଧ୍ୟାରେ ଫେରିଛନ୍ତି ଯବାନ । ଏହି ସମୟରେ ଯବାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ଚମ୍ପା ଜିଲ୍ଲାରେ ଏକ ଗାଁରେ ୧୧ ବର୍ଷୀୟ ବାଳକ ରାହୁଲ ୮୦ ଫୁଟ୍‌ ବୋରଓ୍ୱେଲ୍‌ ଭିତରେ ଖସିପଡିଥିଲେ । ପରେ ଦୀର୍ଘ ୧୦୪ ଘଣ୍ଟାର ରେସ୍‌କ୍ୟୁ ଅପରେସନ୍‌ ପରେ ୧୧ ବର୍ଷୀୟ ବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲଙ୍କୁ ମୃତ୍ୟୁ ମୁହଁରୁ ଛଡାଇ ଆଣିଥିଲେ । ଏହି ରେସ୍‌କ୍ୟୁ ଅପରେସନ୍‌ରେ ସ୍ଥାନୀୟ ପୋଲିସ, ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନବାହିନୀ ଆଦି ନିୟୋଜିତ ଥିଲେ । ଆଉ ଏବେ ଅପରସେନ୍‌ରେ ନିୟୋଜିତ ଥିବା ଏନ୍‌ଡିଆରଏଫ୍‌ ଯବାନମାନେ ମୁଣ୍ଡଳି ସ୍ଥିତ ନିଜ ବାଟାଲିୟନ୍‌କୁ ଫେରିଥିଲେ । ଯାହାପରେ ସେମାନଙ୍କୁ ସେଠାରେ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.